ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ଲେ ଅଫ ଦୌଡରେ ସାମିଲ RCB

 ଅର୍ଗସ ବ୍ୟୁରୋ: ବ୍ୟାଟରଙ୍କ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ନିଜର କର ବା ମର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁ ପ୍ଲେ ଅପ ଦିଗରେ ଆଉ ପାଦେ ଆଗକୁ ବଢ଼ିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମୁସ୍କିଲ ବଢ଼ିଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ରଜତ ପାଟିଦାରଙ୍କ ୫୨ ରନ  ଓ ଓ୍ବିଲ ଜ୍ୟାକ୍ସଙ୍କ ୪୧ ରନ ବଲରେ ୯ ଓ୍ବିକେଟ ହରାଇ ୧୮୭ ରନ କରିଥିଲା। ଜବାବରେ ଦିଲ୍ଲୀ ୧୯.୧ ଓଭରରେ ୧୪୦ ରନ କରି ପାରିଛି। ଅକ୍ଷର ପଟେଲ ୫୭ ରନ କରି ଏକାକୀ ସଂଘର୍ଷ କରିଥିବାବେଳେ ଅନ୍ୟ ବ୍ୟାଟର ବିଫଳ ରହିଥିଲେ। 

ବେଙ୍ଗାଲୁରୁ ପକ୍ଷରେ ବୋଲିଂରେ ୟଶ ଦୟାଲ ଓ ଲୋକି ଫର୍ଗ୍ୟୁସନ ପକ୍ଷରୁ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଦିଲ୍ଲୀ ୧୩ମ ମୁକାବିଲାରୁ ୭ ପରାଜୟ ଭୋଗିଥିବାବେଳେ ଆରସିବି ଷଷ୍ଠ ବିଜୟ ହାସଲ କରିବା ସହ ନେଟ ରନ ରେଟ ମଜବୁତ କରିଛି। ଦଳ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି ବେଙ୍ଗାଲୁରୁ। ମେ' ୧୮ ତାରିଖରେ ବେଙ୍ଗାଲୁରୁ ଓ ଚେନ୍ନାଇ ମଧ୍ୟରେ ଚଳିତ ସିଜନର ଲିଗ ପର୍ଯ୍ୟାୟର ସବୁଠୁ ବଡ଼ ମ୍ୟାଚ ଖେଳାଯିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 


Post a Comment (0)
Previous Post Next Post