ଭୁବନେଶ୍ୱର: ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟାକୁ ନେଇ ବିଏମସିର ମୁଖ୍ୟଯନ୍ତ୍ରୀଙ୍କ ପ୍ରତିକ୍ରିୟା । ବର୍ଷା ହେଲେ ସହରର 12ଟି ସ୍ଥାନ ବିଶେଷ ଭାବରେ ପ୍ରଭାବିତ ହେଉଛି । ଆଉ ସେହି ସ୍ଥାନଗୁଡିକରେ ପାଣି ଜମି ରହୁଛି । ସେହି ସ୍ଥାନ ଗୁଡିକ ହେଉଛି ଇସ୍କନ ମନ୍ଦିରରୁ ଜୟଦେବ ବିହାର । ବମିଖାଲରୁ ରସୁଲଗଡ଼ ରୋଡ, ସିଟି ଓମେନ୍ କଲେଜରୁ ଜାଗମରା ରାସ୍ତା, କଳିଙ୍ଗ ଷ୍ଟୁଡିଓ ଛକ, ସୁବାସ ନଗର ବସ୍ତି, ରୁଦ୍ରପୁର ଅଞ୍ଚଳର ୱାର୍ଡ ନମ୍ୱର୍ 4, ସ୍ବିଟି କଂପ୍ଲେସ୍କ, ରାଜୀବ ନଗର, ପାଇକ ନଗର, ବନଫୁଲ ବସ୍ତି ଏବଂ ଲକ୍ଷ୍ମିସାଗର ଗାଁ । ତେବେ ସବୁଠୁ ବେଶୀ ସମସ୍ୟା ହେଉଛି ଇସ୍କନ ମନ୍ଦିର ସମ୍ମୁଖ । ତେବେ ଇସ୍କନ ମନ୍ଦିର ସମ୍ମୁଖରୁ ପାଣି ନିଷ୍କାସନ ପାଇଁ ଗୋଟିଏ ଅଣ୍ଡରଗ୍ରାଉଣ୍ଡ ଡ୍ରେନ୍ କରାଯିବା ନେଇ ବିଏମସିର ପ୍ରସ୍ତାବ ରହିଛି ।
ଇସ୍କନ ମନ୍ଦିର ସମ୍ମୁଖରୁ ଅଣ୍ଡରଗ୍ରାଉଣ୍ଡ ଦେଇ ବାଣୀବିହାର ପର୍ଯ୍ୟନ୍ତ ଡ୍ରେନଟି ଯାଇ 4 ନମ୍ୱର ମୁଖ୍ୟ ନାଳରେ ମିଶିବ । ଯାହାଦ୍ଵାରା ମନ୍ଦିର ସମ୍ମୁଖ ରାସ୍ତାରେ ଆଉ ପାଣି ଜମା ହେବ ନାହିଁ । ସେହିପରି ଅନ୍ୟ 11ଟି ଜାଗାରେ ମଧ୍ୟ କେଉଁଠି ନୂଆ କଲଭର୍ଟର ନିର୍ମାଣର ଆବଶ୍ୟକତା ରହିଛି ତ ଆଉ କେଉଁଠି ନୂଆ ଡ୍ରେନ, ପୁଣି ଅନ୍ୟ କେଉଁଠି ନୂଆ ଡିସପୋଜାଲ ପଏଣ୍ଟ କରିବାକୁ ପଡ଼ିବ । ତେବେ ଯାଇ ସହରର ଜଳବନ୍ଦୀ ସମସ୍ୟା ଦୂର ହୋଇପାରିବ ବୋଲି କହିଛନ୍ତି ବିଏମସିର ମୁଖ୍ୟଯନ୍ତ୍ରୀ ।
ଏହାସହ ସହରର ସମସ୍ତ ଡ୍ରେନ ଏବଂ ରାସ୍ତା ବିଏମସି ଅଧୀନରେ ନଥିବାରୁ ଭୁବନେଶ୍ବରରେ ଜଳବନ୍ଦୀ ହେବାର ଏହା ଅନ୍ୟ ଏକ ପ୍ରମୁଖ କାରଣ ବୋଲି ମତ ଦେଇଛନ୍ତି ଯନ୍ତ୍ରୀ । ବିଏମସି ସମେତ ଆର୍ ଏଣ୍ଡ ଡି, ପୂର୍ତ୍ତ ବିଭାଗ , ଏନ୍ଏଚ୍ ଆଈ, ଅଧୀନରେ ଅନେକ ରାସ୍ତା ଥିବାରୁ ସେମାନେ ନିର୍ମାଣ କରୁଥିବା ଡ୍ରେନ ସେହି ଅଞ୍ଚଳର କାପାସିଟି ଠାରୁ ଢେର କମ୍ ରହୁଥିବାରୁ ଜଳବନ୍ଦୀ ସମସ୍ୟା ସହରରେ ସୃଷ୍ଟି ହେଉଛି । ତେବେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ବିଏମସି ଯେଉଁ ସବୁ ପ୍ରସ୍ତାବ ଦେଇଛି ତାହାକୁ କରିବାକୁ ପାଖାପାଖି ଦେଢ଼ ବର୍ଷ ସମୟ ଲାଗିବ । ଆଉ ସହରର ଜଳବନ୍ଦୀ ସମସ୍ୟାର ସମାଧାନ ହୋଇପାରିବ ।
ଆହୁରି ପଢନ୍ତୁ ଓଡିଶା ଖବର...