ଦେବୀ ନଦୀରେ ବୁଡି 3 ମୃତ

 


ପୁରୀ: ଦେବୀ ନଦୀରେ ବୁଡି 3 ଜଣଙ୍କର ମୃତ୍ୟୁ ହୋଇଛି । ଅସ୍ତରଙ୍ଗ ବାଲିଡିଆ ନିକଟବର୍ତ୍ତୀ ଦେବୀ ନଦୀରେ ଗାଧୋଇବା ବେଳେ ୩ ନାବାଳକ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ନ ପାଇବାରୁ ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ପହଂଚି ଦେବୀ ନଦୀରେ ଖୋଜି ୩ ଜଣ ନାବାଳକଙ୍କୁ ସଂକଟାପର୍ଣ୍ଣ ଅବସ୍ଥାରେ ଉଦ୍ଧାର କରିଥିଲେ । 

ପରେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ସମସ୍ତ ନାବାଳକ ବାଲିଡିଆ ଗ୍ରାମର ବୋଲି ସୂଚନା ମିଳିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post