ଟ୍ୟାଙ୍କ ଅଭ୍ୟାସ ବେଳେ ଅଘଟଣ, 5 ଯବାନ ସହିଦ


 

ଅର୍ଗସ ବ୍ୟୁରୋ: ଲଦାଖ ଅଂଚଳରେ ସେନା ଟ୍ୟାଙ୍କ ଭାସି 5 ଯବାନ ସହିଦ ହୋଇଛନ୍ତି । ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର୍ ଅଭ୍ୟାସ ବେଳେ ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ସେନା ଟ୍ୟାଙ୍କ ଭାସି ଯାଇଥିଲା । 

ତୁରନ୍ତୁ ଏ ବିଷୟରେ ଜଣାପାଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଯାଇଥିଲା । ତେବେ ସମସ୍ତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । JCO ସମେତ 5 ଯବାନ ସହିଦ ହୋଇଛନ୍ତି । ଏନେଇ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମୃତ 

ଲେହ ଠାରୁ 148 କିମି ଦୂରରେ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଜୁନିୟର କମିଶନ ଅଫିସର ଥିବା ସୂଚନା ମିଳିଛି ।

 

ଏହି ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂହ । ଦେଶ ପାଇଁ ବୀର ଯବାନଙ୍କ ସେବା କେବେ ଭୁଲି ପାରିବୁ ନାହିଁ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସଦିଦଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ।  

ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଗଲେ 5 ଯବାନ

Post a Comment (0)
Previous Post Next Post