ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର 6ଘଣ୍ଟା ମଧ୍ୟରେ ଖୋଲିବ ଶ୍ରୀମନ୍ଦିରର ୪ଦ୍ବାର

 ଅର୍ଗସ ବ୍ୟୁରୋ: ପୂରଣ ହେବାକୁ ଯାଉଛି ଶ୍ରଦ୍ଧାଳୁଙ୍କ ଦାବି । ଆରମ୍ଭ ହୋଇଛି ଚାରିଦ୍ବାର ଖୋଲିବା ପ୍ରକ୍ରିୟା । ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର 6 ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର 4 ଦ୍ବାର ଖୋଲିବାକୁ ଘୋଷଣା କରିଛି ବିଜେପି । ଆସନ୍ତାକାଲି ସନ୍ଧ୍ୟା ୪ଟା ୪୫ରେ ଶପଥ ସମାରୋହ ପରେ ରାତି 11ଟା ସୁଦ୍ଧା ଚାରି ଦ୍ବାର ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । 

ଏହାପୂର୍ବରୁ ଗତକାଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଶାସନର ଟିମ୍ । ସେହିପରି ଖୋଲାହେଲା ଏସି ଟନେଲ । ହଟିଲା ବ୍ୟାରିକେଡ୍ । ପୂର୍ବ ନିଷ୍ପତ୍ତି ମୁତାବକ ରଥ ନିର୍ମାଣ ପାଇଁ ଏସି ଟନେଲକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ଏସି ଟନେଲ ଖୋଲା ହେବା ପରେ ବଡ଼ଦାଣ୍ଡର ଅବସ୍ଥା ଅତି ସଙ୍ଗୀନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


Post a Comment (0)
Previous Post Next Post