ଅର୍ଗସ ବ୍ୟୁରୋ: କୁଏତରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ରେ ୪୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି ଗମ୍ଭୀର ରହିଛି । କୁଏତ କୋଠାରେ ଭାରତୀୟ କର୍ମଚାରୀ ମଧ୍ୟ କାମ କରିବା ସହ ବିଭିନ୍ନ କର୍ମଚାରୀ କାମ କରୁଥିଲେ । କୁଏତରେ ଶ୍ରମିକ ଆବାସରେ ରହିଥିବା ଏହି କର୍ମଚାରୀ ମାନଙ୍କ ମଧ୍ୟରୁ ୪୧ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ଏଥିସହ ଅଧିକାରୀ ମାନଙ୍କ କହିବା ଅନୁଯାୟୀ ବୁଧବାର ଦିନ ୧୬୦ ଲୋକ କାମ କରିବା ସହ ପୁରା ଗୋଟିଏ କମ୍ପାନୀର ଲୋକ ସେଠାରେ କାମ କରୁଥିଲେ ।
ସେଠିକାର ଜଣେ ଭାରତୀୟ କର୍ମଚାରୀ ଏକ୍ସରେ ଲେଖିଛନ୍ତି ଏହା ଭାରତୀୟ କର୍ମଚାରୀ ଙ୍କ ପାଇଁ କୁଏତରେ ଏକ ଦୁଃଖଦ ଘଟଣା ଘଟିଛି । ଯାହା କେବେ ବି କୌଣସି ଭାରତୀୟ ଭୂଲିପାରିବ ନାହିଁ। ଏଥିସହ କୁଏତ ଅଧିକାରୀ ହେଲପଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର
