ଅର୍ଗସ ବ୍ୟୁରୋ: ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋଦିଙ୍କ ନେତୃତ୍ବରେ ଭାରତ ଆହୁରି ସମୃଦ୍ଧି ଆଡ଼କୁ ଅଗ୍ରସର ହେଉ ନିଜ ଏକ୍ସ ଆକାଉଣ୍ଟରେ ଏହି ଶୁଭକାମନା କରିଛନ୍ତି ନବୀନ।
ସେହିପରି ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା 3 ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ୍ ଓରାମଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଶୁଭେଚ୍ଛା ପାଇଁ ନବୀନଙ୍କୁ ନିଜ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
