ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି

 ଅର୍ଗସ ବ୍ୟୁରୋ: ଓଡ଼ିଶାକୁ ମୌସୁମୀ ଛୁଇଁଥିବା ବେଳେ ଜଳୁଛି ପଶ୍ଚିମ ଓଡ଼ିଶା। ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କରୁଛି କଲବଲ। ୫ ଦିନ ଯାଏ ତାତିରୁ ନିସ୍ତାର ନଥିବା ବେଳେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗି ରହିବ। ୧୧ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଓ ଗଂଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା, ସମ୍ବଲପୁର ବୌଦ୍ଧ ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 

ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିବା ବେଳେ ଦକ୍ଷିଣ ଓଡିଶାର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ କନ୍ଧମାଳ, ଗଜପତି, ବରଗଡ଼, ରାୟଗଡା, କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପର୍ଯ୍ୟାୟକ୍ରମେ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ ମୌସୁମୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର 


Post a Comment (0)
Previous Post Next Post