ବିଳମ୍ବିତ ରାତି ଯାଏ ଇଭିଏମ ଗାଡି ଜଗି ରହିଲେ ସ୍ଥାନୀୟ ଲୋକ



 ଅର୍ଗସ ବ୍ୟୁରୋ:  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପରିସରରେ ଉତ୍ତେଜନା । ବିଳମ୍ବିତ ରାତି ଯାଏ ଇଭିଏମ ଗାଡି ଜଗି ରହିଲେ ସ୍ଥାନୀୟ ଲୋକ । ଏନସି କଲେଜ ଷ୍ଟ୍ରଙ୍ଗରୁମ ଯିବା ପରିବର୍ତ୍ତେ ଇଭିଏମ ଗାଡ଼ି ରସୁଲପୁର ବ୍ଲକ ଆସିଥିବାରୁ ସ୍ଥାନୀୟ ଲୋକେ ଗାଡ଼ି ଜଗି ରହିଥିଲେ । ରାତିରେ ଇଭିଏମ ହେରଫେର ଯୋଜନା କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଇଭିଏମ ଗାଡି ଏନସି କଲେଜ ଷ୍ଟ୍ରଙ୍ଗରୁମ ଯିବା ପରିବର୍ତ୍ତେ କାହିଁକି ରସୁଲପୁର ଆସିଲା ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।

ଧରାପଡ଼ିବା ପରେ ଉତ୍ୟକ୍ତ ଲୋକଙ୍କୁ ସାମ୍ନା ନକରି ଗାଡ଼ି ଛାଡ଼ି ପୋଲିଂ କର୍ମଚାରୀ ଫେରାର ମାରିଥିଲେ । ଷ୍ଟ୍ରଙ୍ଗରୁମ ପରିବର୍ତ୍ତେ ଗାଡ଼ି କାହିଁକି ରସୁଲପୁର ଆସିଥିଲା ଏନେଇ ନିର୍ବାଚନ ଅଧିକାରୀ କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post