ବିଭାଗ ବଣ୍ଟନ ପରେ ଦାୟିତ୍ବ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ

 ଅର୍ଗସ ବ୍ୟୁରୋ: ବିଭାଗ ବଣ୍ଟନ ପରେ ଦାୟିତ୍ବ ଗ୍ରହଣ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ଅମିତ ଶାହ । ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଜେପି ନଡ୍ଡା ।  ଅନୁପ୍ରିୟା ପଟେଲ୍ ଓ ଜେପି ଗଣପତ୍ ରାଓ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । 

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବରାଜ ସିଂ ଚୌହାନ । ସେହିପରି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ହରଦୀପ ସିଂ ପୁରୀ । ଜ୍ୟୋତିରାଦିତ୍ୟ ସ୍କିନ୍ଧିଆ ଯୋଗାଯୋଗ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।


Post a Comment (0)
Previous Post Next Post