ଅର୍ଗସ ବ୍ୟୁରୋ: ବଜ୍ରାଘାତ ରେ ଜଣେ ମୃତ୍ୟୁ ସୂଚନୁଯାୟୀ ମନମୁଣ୍ଡା ଥାନା ଟୀଲାଟିଂଗା ଗ୍ରାମର କୁମୁଦ ସନ୍ୟାସୀ କୌଣସି କାମ ରେ ବିଳାସପୁର ଯାଇଥିବା ସମୟ ରେ ଘର କୁ ଫେରୁଥିବା ବେଳେ ବିଜୁଳି ଘଡଘଡି ହୋଇଥିଲା ସେଥିରେ ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଓ ପରିବାର ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ I ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା I ମନମୁଣ୍ଡା ଡାକ୍ତରଖାନା ରେ ମୃତ୍ୟୁଦେହ ଟି ରହିଥିବା ବେଳେ ଆଜି ଶବ ବ୍ୟବଛେଦ ହେବ ବୋଲି ସୂଚନା ମିଳିଛି I
