ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଚମ୍ପକ ଦ୍ୱାଦଶୀ

 ପୁରୀ: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ମହାପ୍ରଭୁଙ୍କର ଗୁଆଲି ଯାତ୍ରା । ମଧ୍ଯାନ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ । 

ପ୍ରଥମେ ଶ୍ରୀମନ୍ଦିର ଭିତରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜା ନହରରେ ନବଦମ୍ପତ୍ତି ପହଂଚିବା ପରେ ସେଠାରେ ଗଜପତି ବନ୍ଦାପନା କରିବେ । ଏହି ସମୟରେ ଗଜପତିଙ୍କ ପ୍ରତିନିଧି , ଛତିଷାନିଯୋଗ ମହାନାୟକ, ରାଜଗୁରୁ , ଜ୍ୟୋତିଷ, ତଢାଉକରଣ ଆଦି ଉପସ୍ଥିତ ରହି ରାଜନୀତି ସଂପାଦନ କରିବେ । 

ଶ୍ରୀନହରରେ ବନ୍ଦାପନା ସରିବାପରେ ନବଦମ୍ପତ୍ତି ଗୋଟିଏ ପାଲିଙ୍କିରେ ବିରାଜମାନ କରି ସିଂହଦ୍ୱାର ଦେଇ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବେ ଓ ସେଠାରେ ପଞ୍ଚୁଗ୍ରାସ ନୀତି ସମ୍ପାଦିତ ହେବ । ଏହାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମହାପ୍ରଭୁ । ଅନ୍ୟପଟେ ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ନୀତି ସମ୍ପାଦିତ କରି ସ୍ନାନଯାତ୍ରା ପହଣ୍ଡି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବେ। 

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ


Post a Comment (0)
Previous Post Next Post