ନେଦରଲ୍ୟାଣ୍ଡରେ ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ



 ଅର୍ଗସ ବ୍ୟୁରୋ: ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡର ଆମଷ୍ଟରଡ୍ୟାମ୍ ରେ ବିବାହ ସମ୍ପନ୍ନ ହୋଇଛି । ବିବାହରେ ଉପସ୍ଥିତ ଥିଲେ ବାପା ପ୍ରେମ ପଟ୍ଟନାୟକ ଓ ଭଉଣୀ ଗାୟତ୍ରୀ । ତେବେ ନାଦିଆ ନାମକ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ଅରୁଣ ପଟ୍ଟନାୟକ । ଏନେଇ ଭଉଣୀ ଗାୟତ୍ରୀ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । 

 

ନିକଟରେ ଓଡିଶାରେ ବିଜେଡିର ବିପର୍ଯ୍ୟୟ ପରେ ନବୀନଙ୍କ ପରିବାରର କାହାକୁ ଖୋଜା ପଡିଥିଲା । ଯେଉଁଥିରେ ଅରୁଣ ପଟ୍ଟନାୟକଙ୍କ ନାଁ ଖୁବ ଚର୍ଚ୍ଚା ହେଉଥିଲା । ଓଡ଼ିଆ ନେତାଙ୍କ ଭିତରୁ କାହାକୁ ବିଜେଡି ନେତୃତ୍ବ ଦେଲେ ଅନ୍ୟ ଓଡ଼ିଆ ନେତା ମାନେ ଏହାକୁ ଗ୍ରହଣ କରିନପାରନ୍ତି । ସେଥିପାଇଁ ନିଜ ପରିବାରରୁ କାହାକୁ ବିଜେଡି ନେତୃତ୍ବ ଦେବାକୁ ନବୀନ ଯୋଜନା କରୁଥିବା ଚର୍ଚ୍ଚା ଜୋର୍ ଧରିଥିଲା ।  

 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post