୧୦ ତାରିଖ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ

 ଅର୍ଗସ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶା ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଏନେଇ ବର୍ତ୍ତମାନ  ରାଜ୍ୟରେ ପାଗ ବା ସ୍ଥିତି ଅନୁକୂଳ  ଥିବା  କହିଛି ବିଭାଗ। ତେବେ ଓଡିଶା ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ସହ ୪୮ ଘଣ୍ଟା ମଧ୍ୟରେ ଗୋଟେ କିମ୍ବା  ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ । ଗୋଟେ ଦୁଇଟି ସ୍ଥାନରେ ପବନର ବେଗ ରହିବ। 

ସେପଟେ ଆଜି ରାଜ୍ୟରେ  ଗ୍ରୀଷ୍ମ  ପ୍ରବାହ  ଜାରି ରହିଥିବା ବେଳେ ବେଳେ ଉପକୂଳରେ ଅସହ୍ୟ  ଗୁଳୁଗୁଳି ଅନୁଭୂତହେଉଛି। ୮ ତାରିଖ ରୁ ୧୦ ଯାଏ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଆସନ୍ତା ୨୪ ଘଣ୍ଟାର କିଛି କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ବରଗଡ଼ ବଲାଙ୍ଗିର ଓ ନୂଆପଡାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁଣି ୮ ରୁ ଗ୍ରୀଷ୍ମ ପ୍ରବାହ ଜାରି  ହେବାକୁ ଥିବା ବେଳେ ବରଗଡ଼ ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି  ପାଣିପାଗ  ବିଭାଗ। 

ଏହାସହ ଆସନ୍ତା ୫ ଦିନ ଯାଏ ଉପକୁଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ରହିବା ସହ  ଉଷ୍ମ  ଓ ଆଦ୍ର ସ୍ଥିତି  ଲାଗିରହିବ। ରାଜ୍ୟକୁ ଶୁଷ୍କ ଗରମ ପବନର ପ୍ରବେଶ ଓ ଆଦ୍ରତାର  ପରିମାଣ ଅଧିକା ରହୁଥିବା  ବେଳେ ଏଭଳି  ଅସହ୍ୟ ଗୁଳୁଗୁଳି  ହେଉଥିବା କହିଛି  ପାଣିପାଗ ବିଭାଗ। ଉପକୂଳରେ    ଅସହ୍ୟ ଗୁଳୁଗୁଳି ସହ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ  ରହିବାର ସମ୍ଭାବନା ଥିବାବେଳେ କେତେକ ସ୍ଥାନରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା  ରେକର୍ଡ  ହୋଇପାରେ  ବୋଲି  ପୂର୍ବାନୁମାନ  କରିଛି  ପାଣିପାଗ  ବିଭାଗ।  

ଅଧିକ ପଢ଼ନ୍ତୁ ପାଣିପାଗ ଖବର 


Post a Comment (0)
Previous Post Next Post