ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡି କର୍ମୀ



 ଅର୍ଗସ ବ୍ୟୁରୋ:  ପରାଜୟ ପରେ ରକ୍ତ ମୁଖା ବିଜେଡି । ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡି କର୍ମୀ । ଜନାଦେଶକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି ବିଜୁ ଜନତା ଦଳର ନେତା ଓ କର୍ମୀ । ପ୍ରତିଶୋଧ ପରାୟଣ ହୋଇ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡି କର୍ମୀ । ଏ ଭଳି ଘଟଣା ଦେଖିବାକୁ ମିଳିଛି କଟକ ସଦର ବ୍ଲକ ଅନ୍ତର୍ଗତ କିଶନ ନଗର ଥାନା ବାରଦା ପଞ୍ଚାୟତ ମୁର୍ଗାକୁଳ ଗାଁରେ।  ରବିବାର ବିଳମ୍ବିତ ରାତିରେ ପୂର୍ବତନ ବିଜେଡି ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ରାଇଟ ହ୍ୟାଣ୍ଡ  ତଥା ବିଜେଡି କର୍ମା ନିରଞ୍ଜନ ପଟାୟତ୍ ଏକ ଧାରୁଆ ଅସ୍ତ୍ରରେ ବିଜେପି କର୍ମୀ ସୁବ୍ରତ ବେହେରା, ଗୌରାଙ୍ଗ ବେହେରାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post