ନାରାୟଣପାଟଣାରେ ପୁଣି ଆଖି ବୁଜିଲେ ଦୁଇ ଶିଶୁ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି


ଅର୍ଗସ ବ୍ୟୁରୋ: କୋରାପୁଟ ନାରାୟଣପାଟଣାରେ ପୁଣି ଆଖି ବୁଜିଲେ ୫ ବର୍ଷର ଆଉ ଦୁଇ ଶିଶୁ । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି । ଶିଶୁମୃତ୍ୟୁର କାରଣ ଖୋଜିବା ପାଇଁ ଗାଁରେ କ୍ୟାମ୍ଫ କରି ରକ୍ତନମୁନା ସଂଗ୍ରହ କରୁଛନ୍ତି ଡାକ୍ତରୀ ଦଳ । ମୃତ ଶିଶୁଙ୍କ ଭିତରେ ଜଣେ ବିକ୍ରମପୁର ଗାଁର ହୋଇଥିବାବେଳେ ଅନ୍ୟ ଜଣେ ଜାମ୍ବାଡ଼ାୱାଲ୍ସା ଗାଁର ବୋଲି ଜଣାପଡିଛି । ବ୍ରହ୍ମପୁର MKCGରେ ଚିକିତ୍ସିତ ହେଉଥିଲେ ଦୁଇ ଶିଶୁ । ସେପଟେ ନାରାୟଣପାଟଣା ଶିଶୁମୃତ୍ୟୁ ପଛରେ ଡିପଥେରିଆ ବୋଲି ପ୍ରମାଣ ହୋଇନି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଛି । ଆଇସୋଲେସନ୍ ଓ ସର୍ଭେଲାନ୍ସ ଚାଲିଛି । ଡିପଥେରିଆ ଲକ୍ଷଣ ଯେପରି ତଣ୍ଟି ଫୁଲିବା ଲକ୍ଷଣ ମିଳିନି । 6 ଜଣ ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ନିମୋନିଆରେ ହୋଇଛି । ସେମାନଙ୍କୁ ସିକିଲ ସେଲ ରୋଗ ଥିଲା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁଣି ଡିପଥେରିଆ ନେଲା ଜୀବନ। ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି ପିଲାଙ୍କର। ଯଥାଶୀଘ୍ର ଏହାର ରୋକିବା ଆବା୍ୟକ ହୋଇପଡିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଡିପ୍‌ଥେରିଆରେ ପୁଣି ଜଣଙ୍କର ମୃତ୍ୟୁ

Post a Comment (0)
Previous Post Next Post