ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ଅଘଟଣ

 ଅର୍ଗସ ବ୍ୟୁରୋ:  ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅଘଟଣ । ଭୁଶୁଡ଼ିଲା ଦିଲ୍ଳୀ ବିମାନ ବନ୍ଦର ଛାତ । ଟର୍ମିନାଲ-୧ରେ ଛାତ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 5 ଜଣ ଆହତ ହୋଇଛନ୍ତି । ଏକାଧିକ କାର୍ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିବା ବେଳେ ଏବେ ବି ଭଗ୍ନ ଛାତ ତଳେ ଚାପି ହୋଇ ରହିଛି ଅନେକ କାର । ଅଗ୍ନିଶମ ବାହିନୀ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୋର୍ 5.30 ସମୟରେ ଏହି ଅଘଟଣ ଘଟିଛି ।

ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ଫଳରେ ରାସ୍ତା ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ପାଣି ପଶି ସ୍ଥିତି ବେହାଲ୍ ହୋଇଛି । ପରିସ୍ଥିତି ଏପରି ଯେ ଅନେକ ତଳିଆ ଅଞ୍ଚଳରେ ଅତ୍ୟଧିକ ଜଳ ଭର୍ତ୍ତି ହେବା ଯୋଗୁଁ ଯାନବାହାନ ବୁଡ଼ି ରହିଛି । ରାସ୍ତାରେ ପାଣି ଜମି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । କେତକ ସ୍ଥାନରେ ଯାତାୟତ ଠପ୍ ହୋଇଯିବାର ଦେଖାଯାଇଛି । ଦିଲ୍ଲୀ ସହ ନୋଏଡ଼ାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:


Post a Comment (0)
Previous Post Next Post