ଭୁବନେଶ୍ୱର: ବବି ଦାସଙ୍କ କ୍ବାର୍ଟର୍ସ ପାଲଟିଥିଲା କି ସାରଥି ଆଶ୍ରମ ? ବ୍ୟୟବହୁଳ ନିର୍ମାଣ ସାଙ୍ଗକୁ ଦାମୀ ଆସବାବପତ୍ର, ସ୍ବିମିଂ ପୁଲ୍, ଆଲିସାନ ବଙ୍ଗଳା, ଉଡେନ୍ କଟେଜ୍, ଅଣ୍ଡର ଗ୍ରାଉଣ୍ଡ ପରି ରାଜକୀୟ ବ୍ୟବସ୍ଥା । ଖୋଦ୍ ବବି ଦାସ ପଞ୍ଚତାରକା ହୋଟଲ ଭଳି ତାଙ୍କ କ୍ବାର୍ଟର୍ସର ଚିତ୍ର ସାମ୍ନାକୁ ଆଣିବା ପରେ ସଫେଇ ଦେଇ କହିଥିଲେ ମୋ ବାସଭବନକୁ ସମସ୍ତ କର୍ମୀ ଓ ନେତା ଆସନ୍ତି। ତେବେ ଖୋଦ୍ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଲୋକେ ଓ କର୍ମୀ କହୁଛନ୍ତି କେବେ ଯାଇନାହାନ୍ତି ସରକାରୀ ବାସ ଭବନକୁ । ତେଣୁ ଏବେ ପ୍ରଶ୍ନ କିଏ ଯାଉଥିଲା ତାଙ୍କର ସେହି ଆଲିସାନ ଉଆସ ଭିତରକୁ ?
ଚର୍ଚ୍ଚା ହେଉଛି ପ୍ରଣବଙ୍କ ଖାସ୍ ଅନୁଗତ ବିଧାୟକ ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସହ ସୁବ୍ରତ ଛାଟୋଇ ଏବଂ ପ୍ରକାଶ ମହାନ୍ତି ଏହି ବିଳାସପୂର୍ଣ୍ଣ କ୍ବାଟର୍ସକୁ ବାରମ୍ବାର ଯାଉଥିବା କୁହାଯାଉଛି । ସେପଟେ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କର ଏହି ବିଳାସପୂର୍ଣ୍ଣ ସରକାରୀ ବଙ୍ଗଳାର ଚିତ୍ର ସାମ୍ନାକୁ ଆସିବା ପରେ ବିଜେପି ଆଣିଥିଲା ସାଂଘାତିକ ଅଭିଯୋଗ। ଦଳ କହିଥିଲା ବବିଙ୍କ ସରକାରୀ ବାସଭବନରେ ଚାଲିଥିଲା ଖଟିଆ ସେବା! ଏହି କ୍ବାଟର୍ସ ପାଲଟିଥିଲା ରଙ୍ଗଶାଳା ମଧୁଶାଳା! ଏଠାରେ ଚାଲୁଥିଲା ସୁରାସାକୀର ଆସର! ବବିଙ୍କ ସରକାରୀ ବାସଭବନ ଥିଲା ଅନେକ କେଳେଙ୍କାରୀର ମୂକସାକ୍ଷୀ। ଏଥିରେ ଏବେ କେନ୍ଦ୍ରାପଡ଼ାବାସୀ ବି ମୋହର ମାରିଛନ୍ତି । ସାରଥିଙ୍କ ଆଶ୍ରମ ପରି ବବିଙ୍କ କ୍ବାର୍ଟସରେ ବି ରୀତିମତ କେଳେଙ୍କାରୀ ଚାଲିଥିବା ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର