ଅର୍ଗସ ବ୍ୟୁରୋ: ଗାଁରେ ପହଞ୍ଚିଲା ନାବାଳକ ଦାଦନ ଶ୍ରମିକଙ୍କ ଶବ । ବଲାଙ୍ଗିର ଉପାନ୍ତ ଦାଦନ ପ୍ରବଣ ତୁରେକେଲା ଥାନା କୁଶପାଳି ଗାଁର ନାବାଳକ କୁଶଧର ବହରିଆ । ୭ ଦିନ ତଳେ ସ୍ଥାନୀୟ ଏକ ଦାଦନ ସର୍ଦ୍ଦାରଙ୍କ ଜରିଆରେ ଇଟାଭାଟି କାମ କରିବାକୁ ଯାଇଥିଲେ । ଇଟା ଭାଟି ମାଳିକଙ୍କ ନିର୍ଯାତନା ଯୋଗୁଁ ନାବାଳକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି । ଆଜି ଶ୍ରମିକଙ୍କ ମୃତ ଶରୀର ଗାଁ ଫେରିଛି । ମୃତ ନାବାଳକ ଜଣକ ବିନା ଲାଇସେନ୍ସଧାରି ଦାଦନ ସର୍ଦ୍ଦାରଙ୍କ ଜରିଆରେ ଯାଇଥିବା ବେଳେ ଗୋଟିଏ ଲାଇସେନ୍ସ ସର୍ଦ୍ଦାରଙ୍କ ଜରିଆରେ ଆସିଥିବା ଦର୍ଶାଇ ସେହି ସର୍ଦ୍ଦାର ବଞ୍ଚାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାକୁ ଗୁରୁତର ଭାବେ ଜିଲ୍ଲା ପ୍ରଶାସନ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବୀ ହେଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
