ସୁନାନଗର ଗାଁ ନିକଟରେ ସିରିଜ୍ ଦୁର୍ଘଟଣା, ଦୁଇ ମୃତ

 

ଅର୍ଗସ ବ୍ୟୁରୋ: ମାଲକାନଗିରି ଜିଲ୍ଲା ବାଲିମେଳା ଜୟପୁର ମୁଖ୍ୟ ରାସ୍ତା ସୁନାନଗର ଗାଁ ନିକଟରେ ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି ।  ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅଞ୍ଜନ ଚୌଧୁରୀ ନିଜ କାମ ସାରି କୁଡୁମୁଲୁଗୁମ୍ମାରୁ ଫେରୁଥିବା ବେଳେ ତାଙ୍କ ଗାଡି  ମୋଟରସାଇକେଲ ସହ ଧକ୍କା ହେଇଥିଲା । ଗୋଟିଏ ସ୍ଥାନରେ ଚାରୋଟି ବାଇକ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅଞ୍ଜନ ଚୌଧୁରୀଙ୍କ ମୃତ୍ୟୁ ହୋଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ ଗୁରୁତର ଆହାତ ହୋଇ ବାଲିମେଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post