ଆକ୍ସନମୋଡ଼ରେ କମିସନରେଟ ପୋଲିସ



 ଭୁବନେଶ୍ୱର:  ଆକ୍ସନମୋଡ଼ରେ କମିସନରେଟ ପୋଲିସ। ଟ୍ରାଫିକ ଅମାନିଆଙ୍କ ପାଇଁ ପୋଲିସର କଡା ପଦକ୍ଷେପ । ରାଜଧାନୀରୁ 4ଦିନରେ 400ଟି ଗାଡି ଜବତ କରିଛି ପୋଲିସ । ଡ୍ରଙ୍କନ ଡ୍ରାଇଭ, ମୋବାଇଲ ଫୋନ ରେ କଥା ହୋଇ ଗାଡି ଚଳାଇଲେ।  ରଙ୍ଗରୁଟ ରେ ଗାଡି ଚଳାଇଲେ ଏବଂ ରେଡ ଲାଇଟ ଡେଇଁ ପଳାଇଲେ ଗାଡି ଗୁଡିକୁ ଜବତ କରିବ ପୋଲିସ । ଏହାସହ ଗାଡି ଚାଳକଙ୍କ DL ସସ୍ପେଣ୍ଡ ପାଇଁ RTO କୁ ଜଣାଇଛି ପୋଲିସ ।

ମୋବାଇଲ ରେ କଥା ହୋଇ ଗାଡି ଚଲାଉଥିବାରୁ ଅଧିକ ଦୁର୍ଘଟଣା ଘଟୁଛି ଯାହାକୁ ନଜରରେ ରଖି ଏଭଳି ପଦକ୍ଷେପ ନେଇଛି କମିସନରେଟ ପୋଲିସ । ମୋବାଇଲ ଫୋନ ରେ କଥା ହୋଇ ଗାଡି ଚଳାଇଲେ ଗାଡି ଜବତ କରିବା ସହ ମୋବାଇଲ କୁ ମଧ୍ୟ ଜବତ କରିବ ପୋଲିସ। ଚେକିଂ ବେଳେ ଖସିବାକୁ ଉଦ୍ୟମ କଲେ ଫସିବେ ଚାଳକ।  ସ୍ପାଇକ ବେରୀୟର ଲଗାଇବ ପୋଲିସ ।

ଅଧିକ ପଢନ୍ତୁ ଓଡିଶା ଖବର 

Post a Comment (0)
Previous Post Next Post