ବାଲେଶ୍ୱରରେ ସ୍ଥିତିରେ ସୁଧାର, ସକାଳ ୫ରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫୁ କୋହଳ


 

ଅର୍ଗସ ବ୍ୟୁରୋ: ଗୋଷ୍ଠୀ ସଂଘର୍ଷ ପରେ ବାଲେଶ୍ୱରରେ ସ୍ଥିତିରେ ସୁଧାର ଆସୁଛି। ସହରରେ ପର୍ଯ୍ୟାୟ କ୍ରମେ କର୍ଫ୍ୟୁ କୋହଳ କରାଯାଉଛି। ଆଜିଠାରୁ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ 5ରୁ ରାତି 9ଟା ପର୍ଯ୍ୟନ୍ତ କର୍ଫୁ କୋହଳ ରହିବ। ତେବେ ଟାଉନ୍ ଥାନା ଅଞ୍ଚଳରେ ପୂର୍ବ ଭଳି 9 ଘଣ୍ଟା ଅର୍ଥାତ୍ ସକାଳ 5ଟାରୁ ଅପରାହ୍ନ 2ଟା ଯାଏଁ କର୍ଫୁ କୋହଳ ରହିବ। ସହରରେ ଏବେ ବି ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ତେବେ ଲ୍ୟାଣ୍ଡ ଲାଇନ୍ ବେସ୍ ଥିବା ସିଷ୍ଟମକୁ ଇଣ୍ଟରନେଟ ସେବା ଚାଲୁ କରାଯାଇଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ଏବେ ସୁଦ୍ଧା ୧୯ଟି ମାମଲାରେ ୭୫ ଜଣଙ୍କୁ  ଗିରଫ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ତଦନ୍ତ କରାଯିବ। ଗୁଜବ ପ୍ରଚାର କରୁଥିବା ଦୁର୍ବୃତ୍ତଙ୍କ ଉପରେ ନଜର ରଖିବାକୁ ବାଲେଶ୍ବର ପୋଲିସର ଏକ ସାଇବର ଟିମ୍ ନିୟୋଜିତ କରାଯାଇଥିବା ସୂଚନା ଦେଇଛି ପ୍ରଶାସନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post