ଅର୍ଗସ ବ୍ୟୁରୋ : ଚୁଟି ଝଡିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଯାଇଛି । ପୁଅ ହେଉ କି ଝିଅ ସମସ୍ତଙ୍କର ଚୁଟି ଝଡିବା ଏକ ବିରାଟ ସମସ୍ୟା । ସମସ୍ତେ ନିଜର ଚୁଟି ଲମ୍ବା ଏବଂ ସୁନ୍ଦର ଚାହାନ୍ତି । କିନ୍ତୁ ନିଜର ପ୍ରତ୍ୟେକ ଦିନର ଜୀବନଶୈଳୀ ଏପରି ହୋଇଯାଇଛି ଯାହାଦ୍ବାରା ଚୁଟି ଝାଡିବା ସମସ୍ୟା ଏକ ସାଧାରଣ ସମସ୍ୟା ବୋଲି ମନେ କରାଯାଉଛି । ଯାହାଦ୍ବାରା ଖୁବ କମ ଦିନରେ ଚୁଟି ଟ୍ରାନସପ୍ଲାଣ୍ଟ ପାଇଁ ନିଷ୍ପତ୍ତି ନେଇଥାନ୍ତି ଯୁବପିଢୀ । ତେବେ ଆପଣ ଯଦି ଆପଣଙ୍କ ଚୁଟିକୁ ସଠିକ ପୋଷକତତ୍ତ୍ବ ଦେବାକୁ ଚାହୁଁଥାନ୍ତି , ଏବଂ ଭଲ ଘନ କେଶ ଚାହୁଁଥାନ୍ତି, ତେବେ ଏହି ଖାଦ୍ୟ ଆପଣଙ୍କ ଚୁଟିକୁ ସୁସ୍ଥ ରଖିବା ସହ ଆପଣଙ୍କ ଚୁଟି ଝଡିବା ସମସ୍ୟାକୁ କମ କରିବ ।
ଡ୍ରାଏ ଫ୍ରୁଟ୍ସ : ଡ୍ରାଏ ଫ୍ରୁଟ୍ସ ଦେହ , ତ୍ବଚା ଏବଂ କେଶ ଏସବୁ ପାଇଁ ଖୁବ ଲାଭଦାୟକ । ଏଥିରେ ଥିବା ମିନରାଲ, ଭିଟାମିନ, ପ୍ରୋଟିନ, ଶରୀରକୁ ସୁସ୍ଥ ରଖେ । ଏଥିରେ ଥିବା ଓମେଗା-୩ ଏସିଡ୍ସ ଚୁଟିକୁ ବଢାଇବାରେ ସାହାଯ୍ୟ କରେ । ଡ୍ରାଏଫ୍ରୁଟ୍ସ ଭିତରେ ଅଖରୋଟ, ବାଦାମ ଚୁଟି ପାଇଁ ଖୁବ ଲାଭଦାୟକ ।
ଖଟାଫଳ : ଭିଟାମିନ ସି ତ୍ବଚା ସହ ଚୁଟି ପାଇଁ ମଧ୍ୟ ଖୁବ ଲାଭଦାୟକ । ଏହା ଶରୀରରେ ଆଇରନ ସଞ୍ଚୟ କରି ରଖିବାରେ ସାହାଯ୍ୟ କରେ । କମଳା, ଲେମ୍ବୁ, କିୱି ପ୍ରତିଦିନ ଖାଇବା ନିହାତି ଦରକାର ।
ଗାଜର : ଗାଜର ମଧ୍ୟ ଶରୀରକୁ ପୋଷକତତ୍ତ୍ବ ଯୋଗାଇଥାଏ । ଏଥିରେ ଭିଟାମିନ ଏ ଏବଂ ଭିଟାମିନ ଇ ଭରମାତ୍ରାରେ ରହିଥାଏ । ଯାହା ଆପଣଙ୍କ ଖପୁରୀକୁ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ । ଏବଂ କମ ବୟସରେ ଚୁଟି ପାଚିଯାଉଥିବା ସମସ୍ୟାରୁ ମଧ୍ୟ ମୁକ୍ତିଦିଏ ଗାଜର ।
ଅଣ୍ଡା : ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ ଚୁଟି ପାଇଁ ନିହାତି ଦରକାର । କାରଣ ଚୁଟି ଝଡିବାର ମୁଖ୍ୟ କାରଣ ପ୍ରୋଟିନର ପରିମାଣ କମ । ତେଣୁ ଅଣ୍ଡାରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ ଥାଏ । ଯଦି ଆପଣ ଜଳଖିଆରେ ଅଣ୍ଡା ପ୍ରତିଦିନ ଖାଉଛନ୍ତି ତେବେ ଆପଣଙ୍କୁ ପ୍ରତିଦିନ ଖୁବ ପ୍ରୋଟିନ ମିଳିବ ।
ପାଳଙ୍ଗ : ପାଳଙ୍ଗରେ ଥିବା ଆଇରନ ଚୁଟି ପାଇଁ ନିହାତି ଆବଶ୍ୟକ । ସେଥିପାଇଁ ପାଳଙ୍ଗ ନିଜର ଖାଦ୍ୟ ତାଲିକାରେ ଯୋଡିବା ନିହାତି ଦରକାର ।