ଅର୍ଗସ ବ୍ୟୁରୋ: ସ୍ମାର୍ଟ କ୍ଲାସ୍ ରେ ପାଠ ପଢା ପାଇଁ ଏଲଇଡି ଓ ପ୍ରୋଜେକ୍ଟର ଲଗା ହୋଇଛି । କିନ୍ତୁ ସ୍କୁଲ୍ ରେ ନାହିଁ ବିଦ୍ୟୁତ୍ ସଂଯୋଗ। କି ନାହିଁ ନେଟୱାର୍କ୍ । କେବଳ ମିଛ ବାଃ ବାଃ ନେବା ପାଇଁ କରାଯାଇଛି ସ୍କୁଲର ୫ଟି ରୁପାନ୍ତିକରଣ। ଏ ହେଉଛି କୋଇଡା ରେଲ୍ହାତୁ ପଞ୍ଚାୟତରେ ଥିବା ଝାରବେଡା ବନଶ୍ରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । ୫ ଟି ଅଧୀନରେ ଏହି ବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୧ କୋଟି ଟଙ୍କା ବରାଦ ହୋଇ ରୁପାନ୍ତିକରଣ କରାଯାଇଛି । ହେଲେ ବର୍ଷେ ନ ପୁରୁଣୁ ବିଦ୍ୟାଳୟ ଅବସ୍ଥା ସମ୍ପୁର୍ଣ୍ଣ ବେହାଲ୍ ।
ଅତ୍ୟାଧୁନିକ ଶିକ୍ଷା ନାମରେ ଏଠାରେ ଛାତ୍ର ଛାତ୍ରୀଙ୍କୁ ଠକି ଦେଇଛନ୍ତି ୫ଟି ସରକାର । ବିଦ୍ୟାଳୟରେ ନିର୍ମାଣ ହେଲା ସ୍ମାର୍ଟ କ୍ଲାସ୍ କିନ୍ତୁ ନା ଅଛି ବିଦ୍ୟୁତ୍ ସେବା ନା ଅଛି ନେଟୱାର୍କ୍ । ଏମିତିକି ରିପୋର୍ଟ ପଠାଇବା ପାଇଁ ମଧ୍ୟ ଶିକ୍ଷକଙ୍କୁ ଅନ୍ୟ ଯାଗାକୁ ଯିବାକୁ ପଡୁଛି। ସ୍କୁଲରେ ବିଦ୍ୟୁତ୍ ସଂଯୋଗୀକରଣ କରାଯାଇଛି ହେଲେ ଟ୍ରାନ୍ସଫୋରମର କେଉଁ ଯୁଗରୁ ଅଚଳ ହୋଇ ପଡିଛି। ସ୍କୁଲରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବାରୁ ଅଳ୍ପଦିନରେ ସ ବୁ ନଷ୍ଟ ହୋଇଛି। ତେବେ ପ୍ରଶାସନ ଏବଂ ଠିକାଦାରଙ୍କ ମିଲିଭଗତରେ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ବ କମାଉଛନ୍ତି ରାଜ୍ୟ ସରକାର। ବିଶ୍ଵ ସ୍ତରୀୟ ହକି ଷ୍ଟାଡିଅମ କରି ଵାହା ବାହା ନେଉଛନ୍ତି। କିନ୍ତୁ 25 ବର୍ଷ ଶାସନ ପରେ ମଧ୍ୟ ଆଜିବି ଦୁର୍ବିସହ କୋଇଡା ଅଞ୍ଚଳରେ ଥିବା ଏଭଳି ଅନେକ ଗାଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
