ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ମନୋଜ ଆହୁଜା


 

ଭୁବନେଶ୍ୱର:  ଭୁବନେଶ୍ବର ବିମାନବନ୍ଦରରେ ପହଂଚିଲେ ମନୋଜ ଆହୁଜା । ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।  ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିପାରନ୍ତି । 1990 ବ୍ୟାଚର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । 

ଏ ନେଇ G.A ବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ IAS ମନୋଜ ଆହୁଜା । ଗତ ମଙ୍ଗଳବାର ତାଙ୍କୁ ରିଲିଭ୍ କରିଥିଲା କେନ୍ଦ୍ର କ୍ୟାବିନେଟ। କେନ୍ଦ୍ରୀୟ ଡେପୁଟେସନରେ ଯାଇ ମନୋଜ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଦାୟିତ୍ବରେ ଥିଲେ। ଓଡ଼ିଶାରେ ନୂଆ ସରକାର ଗଠନ ହେବାପରେ ମନୋଜଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ଅନୁରୋଧ କରିଥିଲେ।

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post