ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ


 

ଅର୍ଗସ ବ୍ୟୁରୋ:  ଆସନ୍ତା ୪ରେ ଆସିବ ଏକଜାଟ୍ ପୋଲ । ମୋଦିଙ୍କ ନେତୃତ୍ବରେ ବିଜେପି ଓ NDAକୁ ମିଳିବ ଅଭୁତ ପୂର୍ବ ସଫଳତା । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀ ଭଳି  ରାଜ୍ୟରେ ପ୍ରତିପକ୍ଷଙ୍କୁ ନିଶ୍ଚିହ୍ନ କରି ସାରା ରାଜ୍ୟରେ ମୋଦି ହିଁ ମୋଦି । ଏ ରାଜ୍ୟ ଗୁଡ଼ିକ ପାରମ୍ପରିକ ବିଜେପିର । ୧୯ ଭଳି ୨୪ରେ ବି ବଡ଼ ବିଜୟ ଧାରାକୁ ବଜାୟ ରଖିବା ଆକଳନ, ମୋଦିଙ୍କ ୨ ପାଳି ପରେ ବି ତାଙ୍କ ପ୍ରତି ଜନବିଶ୍ବାସ ଶୀର୍ଷରେ ଏକଜିଟ୍ ପୋଲ୍ ଦେଇଛି ପ୍ରାକ୍ ସୂଚନା ।

ପାରମ୍ପରିକ ଦୁର୍ଗ ଛାଡ଼ି ଏଥର ବିଜେପି ପାଦ ଥାପୁଛି ନୂଆ ଅଞ୍ଚଳରେ । ମୋଦିଙ୍କୁ ବଡ଼ ସଫଳତାର ଆଧାର-ପୂର୍ବ ଓ ଦକ୍ଷିଣ ଭାରତ । ମୋଦିଙ୍କ ପୂର୍ବୋଦୟ ଆଣିଲା କି ବଡ଼ ସଫଳତା । ଓଡ଼ିଶା ନବୀନଙ୍କ ସବୁଜ ଗଡ଼ରେ, ଗେରୁଆ ବନ୍ୟା । ମମତା ଦିଦିଙ୍କ ବେଙ୍ଗଲରେ ଏଥର ଫୁଟିଛି ପଦ୍ମ । ତେଲେଙ୍ଗାନା, ଆନ୍ଧ୍ରରେ ଭଲ ପ୍ରଦର୍ଶନ । କେରଳ, ତାମିଲନାଡୁରେ ପ୍ରଥମ ଥର ପାଦ ଥାପିବ ଗେରୁଆ ବାହିନୀ । ଉତ୍ତର ଓ ପଶ୍ଚିମରେ ଗଡ଼ ରକ୍ଷା, ପୂର୍ବ ଓ ଦକ୍ଷିଣରେ ଗଡ଼ ବିଜୟ । ସମ୍ଭବ କରିପାରେ ମୋଦିଙ୍କ ୪୦୦ ପାର୍‌ ନାରା ।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post