ବଢୁଛି ଉତ୍କଣ୍ଠା, ଭୁବନେଶ୍ବରରେ ପହଞ୍ଚିଲେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ


 

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂକେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବ କିଛି ସମୟ ତଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେମାନେ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବେ  । ନବ ନିର୍ବାଚିତ ବିଜେପି ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ । ଆଲୋଚନା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ। ଆସନ୍ତା କାଲି ଓଡ଼ିଶା ଦେଖିବ ନୂଆ ସରକାର । 

ଆସନ୍ତାକାଲି ଓଡ଼ିଶାରେ ନୂଆ ବିଜେପି ସରକାର। ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ବର ଜନତା ମୈଦାନରେ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଆଜି ଅପରାହ୍ନ ୪ଟା ୩୦ରେ ବିଜେପି ବିଧାୟକ ଦଳ ବୈଠକ ହେବ । ଓଡ଼ିଶାରେ ବିଜେପି ସରକାର ଗଠନ ପୂର୍ବରୁ ବସିବ ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ହୋଇପାରେ ଘୋଷଣା ।

ଆହୁରି ପଢନ୍ତୁ ଓଡିଶା ଖବର... 

Post a Comment (0)
Previous Post Next Post