ଦୁଇ ଦିନ ତଳୁ ଓଡ଼ିଶା ଛୁଇଁଛି ମୌସୁମୀ: ପାଗ ଅନୁକୂଳ ନ ଥିବାରୁ ହୋଇପାରୁନି ସକ୍ରିୟ


 

ଅର୍ଗସ ବ୍ୟୁରୋ: ଆହୁରି ୫ ଦିନ ଜାଳିବ। ଜଳୁଛି ପଶ୍ଚିମ ଓଡିଶା। ପଶ୍ଚିମରୁ ଉପକୂକ ସବୁଠି ଅସହ୍ୟ ଗରମର ଅନୁଭୂତ ହେଉଥିବା ବେଳେ ଉପକୂଳରେ ଜନଜୀବନକୁ ହନ୍ତସନ୍ତ କରୁଛି ପ୍ରଚଣ୍ଡ ଗୁଳୁଗୁଳି। ଆଗାମୀ ୫ ଦିନ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ବାଲେଶ୍ୱର, ଜଗତସିଂହପୁର, ନୟାଗଡ , ଖୋର୍ଦ୍ଧା , ନୂଆପଡା ,ବଲାଙ୍ଗୀର, ଗଜପତି, ଗଞ୍ଜାମ, ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । 

ଏହାସହ ୫  ଦିନ ଯାଏ ରାଜ୍ୟରେ ଉଷ୍ମ  ଓ ଆଦ୍ର ସ୍ଥିତି ଲାଗିରହିବାର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ପୁରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କାଁଭାଁ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଇଛି  ପାଣିପାଗ ବିଭାଗ। ଏହି ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୧୪  ତାରିଖ ଯାଏ ତାତି ଓ ଗୁଳୁଗୁଳିରୁ  ନିସ୍ତାର ନ ଥିବା ୧୪ ପରେ  ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିଲେ ହେଁ ଆଗକୁ ଅଗ୍ରସର ହେବାର ଅନୁକୂଳ ସ୍ଥିତି ନାହିଁ ବୋଲି କହିଛି ବିଭାଗ। ଦକ୍ଷିଣ ଓଡିଶା ଅର୍ଥାତ ମାଲକାନଗିରିର  ଅଧିକାଂଶ  ଅଞ୍ଚଳରେ ମୌସୁମୀ ବାୟୁ  ଛୁଇଁଥିବା ବେଳେ ଅନୁକୂଳ ସ୍ଥିତି ନଥିବାରୁ ତାହା ବର୍ତ୍ତମାନ ସ୍ଥିର ହୋଇରହିଛି ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରୁନାହିଁ। 

ବିଶେଷ କରି ବର୍ତ୍ତମାନର ଓଡ଼ିଶାର ବାୟୁ ମଣ୍ଡଳରେ ହେଉଥିବା ବାୟୁ ଚଳାଚଳକୁ ନେଇ ମୌସୁମୀ  ନିଷ୍କ୍ରିୟତା ସ୍ଥିତିରେ ଥିବା ପଶ୍ଚିମରେ ପ୍ରଚଣ୍ଡ ଗରମ ସହ ଉପକୂଳରେ ଅସହ୍ୟ  ଗୁଳୁଗୁଳି ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ  ଅସହ୍ୟ ଗୁଳୁଗୁଳି ଓ ଖରାଠୁ ନିଜକୁ ଦୁରେଇ ରହିବା ସହ ଆବଶ୍ୟକ  ନ ଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଏହାସହ ଏଦିଗରେ ଥିବା ସଚେତନତାକୁ ମଧ୍ୟ  ଅବଲମ୍ବନ ପାଇଁ  କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ  ପାଣିପାଗ କେନ୍ଦ୍ରର  ନିର୍ଦ୍ଦେଶିକା  ମନୋରମା ମହାନ୍ତି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Post a Comment (0)
Previous Post Next Post