ଅର୍ଗସ ବ୍ୟୁରୋ: ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ଖଡ଼ିଆଳ ବନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ।
ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ। ସେଥି ପାଇଁ ଆମେ ଆଜି ଠାରୁ ଜିଲ୍ଲା ବ୍ୟାପି ଏକ ସଚେତନ ରଥ ବୁଲିବ ବୋଲି ଖଡ଼ିଆଳ ଡିଏଫଓ ଅଜିଜ ଖାନ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଖଡ଼ିଆଳ ନଗରବନ ଠାରେ ବୃକ୍ଷ ରୋପଣ କରି ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ଏହି ଅବସର ରେ ଅନ୍ୟ ମାନଙ୍କ ମଧ୍ୟରେ ଖଡ଼ିଆଳ ରେଞ୍ଜର ବନ୍ଦିତା ବଡ଼ନାଏକ, ଫରେଷ୍ଟର କନ୍ଦର୍ପ ସୁନାନୀ, ନରେଶ ଦଣ୍ଡସେନା ଙ୍କ ସମେତ ଖଡ଼ିଆଳ ଡ଼ିଭିଜନ ର ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
