ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ - ପଶ୍ଚିମ ମୌସୁମୀ ବାୟୁ

 ଅର୍ଗସ ବ୍ୟୁରୋ:  ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ - ପଶ୍ଚିମ ମୌସୁମୀ ବାୟୁ।ପ୍ରଥମେ ଦକ୍ଷିଣ ଓଡ଼ିଶା ପ୍ରବେଶ କରିବା ପରେ ଅନ୍ୟ ଅଞ୍ଚଳ ଗୁଡିକ ସ୍ପର୍ଶ କରିବ। ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ରହିଛି ଅନୁକୂଳ। ସାଧାରଣତ ଓଡ଼ିଶାରେ ଜୁନ୍ ଦ୍ଵିତୀୟ ସପ୍ତାହ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ରେ ପ୍ରବେଶ କରିଥାଏ। ଚଳିତଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ଵାଭାବିକ ସମୟ ର ଦୁଇ ଦିନ ପୂର୍ବରୁ କେରଳ ଛୁଇଁ ଥିବା ବେଳେ ଓଡ଼ିଶାରେ ଆସନ୍ତା ୩ ରୁ ୪ ଦିନ ମଧ୍ୟରେ  ଓଡ଼ିଶା ଛୁଇଁବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ।

ଅନ୍ୟପଟେ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା। ୬ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲା ମାନଙ୍କରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:


Post a Comment (0)
Previous Post Next Post