ବକରା ନଦୀ ଉପରେ ତିଆରି ହୋଇଥିବା ବ୍ରିଜ ଭୁଶୁଡିଲା


 

ପାଟନା: ବକରା ନଦୀ ଉପରେ ତିଆରି ହୋଇଥିବା  ବ୍ରିଜ ଭୁଶୁଡି ପଡିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଭୁଶୁଡ଼ିବା କାରଣରୁ ସିଖୀ ଏବଂ କୁର୍ସାକାଟ ବ୍ଲକର ସଂଯୋଗ ନଷ୍ଟ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସେତୁ ନିର୍ମାଣ କରାଯାଇଥିଲା। ​​ତେବେ ଉଦଘାଟନ ପୂର୍ବରୁ ବ୍ରିଜଟି ଭୁଶୁଡ଼ିବା ପରେ ଏହାର ନିର୍ମାଣରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି।

ଜିଲାର ଶିଖୀ ବ୍ଲକ ଏବଂ କୁର୍ସାକାଟାକୁ ସଂଯୋଗ କରୁଥିବା ଏହି ସେତୁ ନିର୍ମାଣ ପ୍ରାୟ ଶେଷ ହୋଇଥିଲା। ୧୨ କୋଟି ଟଙ୍କା ବ୍ୟୟରେ ଏହି ସେତୁ ର୍ନିମାଣ କରାଯାଉଥିଲା। ଖୁବଶୀଘ୍ର ଏହାର ଉଦ୍‌ଘାଟନ କରାଯାଇଥାନ୍ତା। ବ୍ରିଜକୁ ନେଇ ସ୍ଥାନୀୟ ଲୋକମାନେ ବହୁତ ଖୁସି ଥିଲେ, କାରଣ ସେମାନଙ୍କର ଦୈନନ୍ଦିନ ଯାତାୟାତ ସମସ୍ୟା ଶେଷ ହେବାକୁ ଯାଉଥିଲା। ହେଲେ ତାହା ପୂର୍ବରୁ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଏହା ଉଦ୍‌ଘାଟନ ପୂର୍ବରୁ ସେତୁ ଭୁଶୁଡି ପଡିଛି, ନଚେତ ଯଦି ଏହା ଉପରେ ଯାତାୟାତ ଆରମ୍ଭ ହୋଇଥାନ୍ତା, ତେବେ ଏକ ବଡ ଦୁର୍ଘଟଣା ମଧ୍ୟ ହୋଇଥାନ୍ତା ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ ଭାରତ ଖବର

Post a Comment (0)
Previous Post Next Post