ମଇଁଷି ଉପରେ ବସି ଧାଇଁଲେ ଯୁବକ



 ଅର୍ଗସ ବ୍ୟୁରୋ: ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଚମତ୍କାର କୌଶଳ ଆପଣାଉଛନ୍ତି । ନାଚ ଗୀତ ଆଉ ରୋଷେଇଠୁ ଆରମ୍ଭ କରି ଆହୁରି ବହୁତ କିଛି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କିଛି ଭିଡ଼ିଓ ଏମିତି  ଥାଏ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି କାର କି ବାଇକ ନୁହେଁ ବରଂ ଏକ ମଇଁଷି ଉପରେ ବସି ରାସ୍ତାରେ ଯାଉଛନ୍ତି। @ bull_rider_୦୭୭ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଜଣେ ବ୍ୟକ୍ତି ସବୁବେଳେ ନିଜ ମଇଁଷି ସହିତ ବୁଲୁଥାନ୍ତି। କିନ୍ତୁ ଏହି ଭିଡ଼ିଓରେ ସିଏ ଚମତ୍କାର କରିଥିଲେ। ସେ ମଇଁଷିର ସ୍ପିଡ୍ ପରୀକ୍ଷା କଲେ। ଠିକ୍ ଯେପରି ଲୋକମାନେ ରାସ୍ତାରେ ସେମାନଙ୍କ କାର୍ କିମ୍ବା ବାଇକ୍ ର ଗତି ପରୀକ୍ଷା କରନ୍ତି । ସେ ଏହା ଉପରେ ବସିଥିଲେ ଏବଂ ପରେ ବାଇକ୍ ଏବଂ କାର୍ ଚଳାଉଥିବା ପରି ରାସ୍ତାରେ ମଇଁଷି ଚଳାଇବା ଆରମ୍ଭ କରିଥିଲେ। ମଇଁଷି ଟି ଏତେ ଜୋରେ ଯାଉଥିବା ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ।

ଭିଡିଓଟି ସୋସିଆଲ ମିଡ଼ିଆ ରେ ଏବେ ଖୁବ ଭାଇରାଲ ହେଉଛି। ଖୁବ କମ ସମୟରେ ଭିଡିଓଟି 7 କୋଟିରୁ ଅଧିକ ଭ୍ୟୁ ଗ୍ରହଣ କରିଛି ଏବଂ ଅନେକ ଲୋକ ଏଥିରେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। କିଏ ପଚାରିଛନ୍ତି ଏହାର ବ୍ରେକ୍ କେଉଁଠାରେ ଅଛି ତ ଆଉ କିଏ କହିଛି ବ୍ୟକ୍ତି ଜଣଙ୍କ ଯମରାଜଙ୍କ ପାଖରେ ଇଣ୍ଟର୍ନସିପ୍ କରୁଛନ୍ତି , ଆଉ କିଏ ତ ବ୍ୟକ୍ତି ଜଣଙ୍କୁ ହିଁ ଯମରାଜ ବୋଲି କହିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର

Post a Comment (0)
Previous Post Next Post