ମହିଳା ଭୋଟରଙ୍କୁ ସାଲ୍ୟୁଟ୍ ଜଣାଇଲେ ମୁଖ୍ୟ ନିର୍ବାଚନ କମିଶନ


 

ଅର୍ଗସ ବ୍ୟୁରୋ: ମତଦାନରେ ଭାରତ ବନାଇଲା ବିଶ୍ୱ ରେକର୍ଡ । ମହିଳା ଭୋଟରଙ୍କୁ ସାଲ୍ୟୁଟ୍ କଲେ ମୁଖ୍ୟ ନିର୍ବାଚନ କମିଶନ । ପ୍ରେସମିଟ୍ ରେ ଛିଡା ହୋଇ ସମ୍ମାନ ଜଣାଇଲେ । ୬୪ କୋଟିରୁ ଅଧିକ ଭୋଟର୍ ମତଦାନ କରିଛନ୍ତି । 2019 ଠୁ 2024 ରେ ଅଧିକ ମହିଳା ଭୋଟର୍ ଅଛନ୍ତି । 

ଚଳିତ ବର୍ଷ 31 କୋଟି ମହିଳା ଭୋଟର ନିଜ ମତ ସାବ୍ୟସ୍ତ କରିଛନ୍ତି । G-7 ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ ଅଧିକ ଭୋଟର୍ ରହିଛନ୍ତି । 27 ରାଜ୍ୟରେ କୌଣସି ବି ବୁଥ୍ ରେ ହୋଇନି ପୁନଃ ମତଦାନ । ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ।

ଆହୁରି ପଢନ୍ତୁ ରାଜନୀତି ଖବର...

Post a Comment (0)
Previous Post Next Post