ସୋର ଅଞ୍ଚଳରେ ଦୁଇ ଥର ପ୍ରଚଣ୍ଡ ଶବ୍ଦ

null

ଅର୍ଗସ ବ୍ୟୁରୋ:  ସୋର ଅଞ୍ଚଳରେ ଦୁଇ ଥର ପ୍ରଚଣ୍ଡ ଶବ୍ଦ। ଶୂନ୍ୟରୁ ଶୁଭିଲା ଶବ୍ଦ। ଲୋକେ ଭୟଭୀତ ହୋଇଥିବା ବେଳେ ଶବ୍ଦର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କିମ୍ୱା ହ୍ଵିଲର ଦ୍ୱିପରୁ କୌଣସି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି l ନୀଳଗିରି ଆକାଶରେ ପୁଣି ପ୍ରଚଣ୍ଡ ଶବ୍ଦ। ଶବ୍ଦର କାରଣ ସ୍ପଷ୍ଟ ହୋଇନଥିଲେ ବି କାନ୍ଥ ସହ କବାଟ ଝରକା ଥରାଇ ଦେଇଥିବା ଯୋଗଁୁ ଲୋକେ ଭୁମିକମ୍ପ ଡ଼ରରେ ଘରବାହାରକୁ ପଳାଇ ଆସିଥିବା ଦେଖିବାକୁ ମିଳିଥିଲା। ତେବେ ଗତକାଲି ଓ ପୂର୍ବରୁ ବି ଏଇଭଳି ଶବ୍ଦ ଆକାଶରେ  ହେବା ଲୋକଙ୍କ ମନରେ ଭୟର ବାତାବରଣ ଖେଳାଇ ଦେଉଛି। ଅନୁମାନ ଚାନ୍ଦିପୁର ନିକଟରେ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ହୁଏତ ହୋଇପାରେ କିନ୍ତୁ ଏନେଇ ଅନୁମାନକୁ ସ୍ପଷ୍ଟୀକରଣ ବିଭାଗ କରିନାହିଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post