ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ

 ଅର୍ଗସ ବ୍ୟୁରୋ : ପାରିବାରିକ କଳହରୁ  ବିଷ ପିଇ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିଲେ ଯୁବକ । ଗୁରୁତ୍ୱର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ । ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମର ରଞ୍ଜନ ରାଉଳ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ସକାଳୁ ପାରିବାରିକ କଳହ ଉପୁଜି ଥିଲା । ଏ ନେଇ ଗ୍ରାମର କିଛି ଭଦ୍ର ବ୍ୟକ୍ତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଉପୁଜିଥିଲବା କଳହ ସମାଧାନ ପାଇଁ ବସିଥିଲା ବେଳେ ରଞ୍ଜନ ଉତକ୍ଷିପ୍ତ ହୋଇ ଘର ଭିତରକୁ ପଶିଯାଇ ଘରେ ଥିବା ବିଷ ପିଇବା ସହିତ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ  ।

ଅଧିକ ପଢନ୍ତୁ : ଆଜୀବନ ସଜା ସହ ୧୦ ହଜାର ଟଙ୍କାର ଜରିମାନା

ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜନକୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଆସିଥିଲେ ପରିବାର ଓ ସ୍ତାନିୟ ଲୋକ । କିନ୍ତୁ ରଞ୍ଜନଙ୍କ ଅବସ୍ଥା ଗୁରୁତ୍ୱର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।


Post a Comment (0)
Previous Post Next Post