କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ



 ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରଣାଳୟକୁ ଯାଇ ସମ୍ଭାଳିଲେ କାର୍ଯ୍ୟଭାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁଦାୟିତ୍ଵ ମିଳିଛି । ପୂର୍ବରୁ ମୋଦିଙ୍କ ପ୍ରଥମ ପାଳିରେ ପେଟ୍ରୋଲିୟମ, କୌଶଳ ବିକାଶର ଦାୟିତ୍ଵ ମିଳିଥିବାବେଳେ ଦ୍ଵିତୀୟ ପାଳିରେ ପେଟ୍ରୋଲିୟମ, ଶିକ୍ଷା ଓ କୌଶଳ ବିକାଶ ର ଦାୟିତ୍ଵ ମିଳିଥିଲା । ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରାଳୟର ଦାୟିତ୍ଵ ମିଳିଛି ।

 
ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭାରୁ ନିର୍ବାଚିତ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ତୃତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଜାତୀୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ କାର୍ଯ୍ୟ ଏବଂ ଐତିହାସିକ ନିଷ୍ପତି କାରଣରୁ ସମଗ୍ର ଭାରତବର୍ଷ ସମେତ ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି  l


ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post