ଅର୍ଗସ ବ୍ୟୁରୋ: ଶତ୍ରୁ ଶିବିରରେ ଛନକା । ଭାରତର ବିକଶିତ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଡିଆରଡିଓ ଦ୍ବାରା ଚାନ୍ଦିପୁର ଡିଆରଡିଓ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରେ ପରୀକ୍ଷଣ କରାଯାଇଛି । ଏକ ଚାଳକବିହୀନ ପ୍ରତିରୂପ କ୍ଷେପଣାସ୍ତ୍ର ପ୍ରଥମେ ଆକାଶ ମାର୍ଗକୁ ନିକ୍ଷେପ କରାଯିବା ପରେ ତାକୁ ଲକ୍ଷ୍ୟଭେଦ କରିଥିଲା ଏହି କ୍ଷେପଣାସ୍ତ୍ର। ହାଇ ସ୍ପିଡ ଏକ୍ସପାଣ୍ଡେବଲ ଏରିଏଲ ଟାର୍ଗେଟର ସଫଳ ପରୀକ୍ଷଣ ଭାରତୀୟ ସେନାକୁ ବଡ଼ ଶକ୍ତି ଯୋଗାଇବ ବୋଲି ଆଶା ରହିଛି । ଏହି ହାଇ ସ୍ପିଡ ବିମାନରେ ଶତ୍ରୁ ପକ୍ଷର ମିସାଇଲକୁ ଟାର୍ଗେଟ୍ କରାଯାଇ ପାରିବ ।
