ଭୁବନେଶ୍ୱର: ଆକ୍ସନ୍ ମୋଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦୁର୍ନୀତି ରୋକିବାକୁ ଆଗାମୀ ୨ ମାସ ମଧ୍ୟରେ ସବୁ ମଣ୍ଡିରେ ସିସିଟିଭି ଲଗାଯିବ । ସବୁ ଗାଡ଼ିରେ ଜିପିଏସ ଲାଗିବ । ଯାହା ଦ୍ବାରା କେଉଁ ବ୍ୟକ୍ତି ଧାନ ଆଉ କେଉଁଠି ଅନଲୋଡ଼ କଲା କି ତାର ଖବର ଆସିପାରିବ । ତେଣୁ ଜିପିଏସ ଅନ୍ କରି ଦୁର୍ନୀତି ରୋକିବା ପାଇଁ ବିଭାଗ ଚେଷ୍ଟା କରିବ ।
ମଣ୍ଡିରୁ ଧାନ ମିଲର ପାଖକୁ ଗଲା କି ନାହିଁ ତାର ଯାଞ୍ଚ ହେବ । ୨୪ ବର୍ଷରେ ହୋଇଥିବା ଦୁର୍ନୀତି ଉପରେ ରୋକ ଲାଗିବ। କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ବୁଲି ସ୍ଥିତି ଦେଖିବାବେଳେ ଅନେକ ସମସ୍ୟା ଥିବା କହିଛନ୍ତି ମନ୍ତ୍ରୀ । ସେ ଦିଗରେ ପଦକ୍ଷେପ ନେବା ସହ ଯାହା ବି ସମସ୍ୟା ରହିଛି ତାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଏହାସହ ରି ସାଇକେଲିଙ୍ଗ ଚାଉଳ ଯେମିତି ନହେଉ ସେ ଦିଗରେ ଜିଲ୍ଲାପାଳ ଦେଖିବେ । କଟନି ଛଟନି ଆଦୌ ହେବ ନାହିଁ । ନିର୍ଦ୍ଦେଶ ଦିଆଯାଇଛି କୃଷକମାନେ ଯେମିତି କୌଣସି ଦ୍ରବ୍ୟ ଶୀଘ୍ର ମଣ୍ଡିରେ ଦେଇଯିବେ । ଯେମିତି କୃଷକଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ପଇସା ଯିବ । ସେ ସବୁ ଦିଗରେ ଦୃଷ୍ଟି ଦିଆଯିବା ନେଇ କହିଛନ୍ତି ମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...
