ବୌଦ୍ଧ: ବୌଦ୍ଧରେ ଜଣେ ଶ୍ରମିକଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଛି । ମୃତକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଜିଲ୍ଲା ପୁଖୁରିଆ ଥାନା ରାଣିନଗର ଗାଁର ଖଦିମୂଳ ଇସଲାମ । ସେ ଏକ ରେଳ ଠିକାସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।
ଗତକାଲି ରାତିରେ ଅତ୍ୟଧିକ ବାନ୍ତି ହେବାରୁ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଁଚି ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
