ଅର୍ଗସ ବ୍ୟୁରୋ : ନ୍ୟୁଜ ପଢିଲାବେଳେ ମାଛି ଗିଳିଦେଲେ ଆଙ୍କର । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏକ ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଗଣମାଧ୍ୟମର ଉପସ୍ଥାପିକା ଭନେସା ୱେଲ୍ଚଙ୍କ ସହ ଏପରି ଘଟଣା ଘଟିଛି । ଏକ ଲାଇଭ ନ୍ୟୁଜ ସୋ ଚାଲିଥିବା ବେଳେ ଏକ ମାଛି ତାଙ୍କ ଆଖିର ତଳ ଭାଗରେ ବସିଥିଲା । ଏହାର କିଛି ସମୟ ପରେ ସେହି ମାଛିଟି ଆସି ସେହି ଆଙ୍କର ପାଟି ଭିତରେ ପଶି ଯାଇଥିଲେ । ଆଉ ସେ ତାକୁ ଗିଳିଦେଇ ପୁଣି ନ୍ୟଜ ପଢା ଚାଲୁ ରଖିଥିଲେ । ହେଲେ ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଯାଇଥିଲା । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଯାହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ଅନେକ ମତାମତ ଦେଇଛନ୍ତି । ଜଣେ ଲେଖିଛନ୍ତି, ଖୁବ ସୁନ୍ଦର ଭାବେ ସେ ସେହି ସମୟକୁ ମ୍ୟାନେଜ କରିଛନ୍ତି । ଆଉ ଜଣେ ଲେଖିଛନ୍ତି, ସେଇଟା ମାଛି ନୁହେଁ ତାଙ୍କର ଆର୍ଟିଫିସିଆଲ ଆଖିପତା ହଁ ଥିଲା । ଯେଉଁଟା ସିଏ ବ୍ୟବହାର କରିଥିଲେ ନିଜ ଆଖିରେ । ସେଥିରୁ ହିଁ କିଛି ଅଂଶ ତାଙ୍କ ଆଖି ତଳେ ପଡିଥିଲା ଏବଂ ଉଡିଆସି ତାଙ୍କ ପାଟି ଭିତରେ ପଶିଗଲା । ତେବେ ଅନେକ ଜଣ ତାଙ୍କର ଧୈର୍ଯ୍ୟ ଏବଂ କାମ ପ୍ରତି ଥିବା ନିଷ୍ଠାକୁ ନେଇ ତାରିଫ କରିଛନ୍ତି ।