ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରରେ ଟଳିଲେ ନକ୍ସଲ୍

 ଅର୍ଗସ ବ୍ୟୁରୋ : ଓଡ଼ିଶା ଛତିଶଗଡ ସୀମାରେ ଏନକାଉଣ୍ଟରେ ଟଳିଲେ ନକ୍ସଲ୍ । ଧମତରୀରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରେ ଜଣେ ନକ୍ସଲ ନିହତ ହୋଇଛି । ମୃତକ ଜଣକ ହେଲେ  ଅରୁଣ କୁମାର ମାଣ୍ଡାଭି । ସେ ସୀତାନଦୀ ଏରିଆ କମିଟିର କମାଣ୍ଡର । ତା ମୁଣ୍ଡ ଉପରେ 5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଘଟଣାସ୍ଥଳରୁ ଗୋଟିଏ SLR, ଅସ୍ତ୍ରଶସ୍ତ୍ର, ଦୁଇଟି ମାଓ ପତ୍ରିକା, 15 ଖଣ୍ଡ ଜୀବନ୍ତ କାର୍ଟ୍ରିଜ୍ ଜବତ ହୋଇଛି ।

ଅଧିକ ପଢନ୍ତୁ : ଛତିଶଗଡରେ ପୁଣି ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

DRG ସିଟି ଟିମ୍ ଖାଲାରୀ ପୋଲିସ୍ ଷ୍ଟେସନ୍ ଅଞ୍ଚଳର ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ୍ କରିବାକୁ ବାହାରିଥିଲେ । ସେହି ସମୟରେ ଆମଜହର ଜଙ୍ଗଲରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ନକ୍ସଲ । ଯବାନଙ୍କ ପାଲଟା ଗୁଳି ଚାଳନା କରିଥିଲେ । ଏହି ଗୁଳି ବିନିମୟ 40ରୁ 45 ମିନିଟ୍ ଚାଲିଥିଲା ।

Post a Comment (0)
Previous Post Next Post