IAS ହେବା ପାଇଁ ଏମିତି ପଢନ୍ତୁ



 ଅର୍ଗସ ବ୍ୟୁରୋ: ୟୁପିଏସସି ପାଇଁ ପ୍ରସ୍ତୁତ ହେଉଛନ୍ତି କି? କୋଉଠି ପଢିବେ ? କେମିତି ପଢିବେ ? ସଫଳତା ମିଳିବ କି ନାହିଁ ? ଏହିସବୁ ବିଷୟରେ ଭାବିକି ଟେନସନରେ ରହୁଛନ୍ତି କି ? ଜାଣନ୍ତୁ କଣ କହୁଛନ୍ତି ଟପର।

ଦେଶର ସବୁଠାରୁ କଠିନ ପରୀକ୍ଷା ହେଉଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ର ସିଭିଲ ସର୍ଭିସ ପରୀକ୍ଷା । ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। କିଏ କୋଚିଂ ଯାଇ ପ୍ରସ୍ତୁତ ହୁଏ ତ ଆଉ କିଏ ଘରେ ରହି କରେ। କିନ୍ତୁ ଛାତ୍ର ଛାତ୍ରୀଙ୍କ ମନରେ ପ୍ରଶ୍ନ ଥାଏ କେମିତି ପ୍ରସ୍ତୁତି କରୁବା ଠିକ୍ ? ଏଥିପାଇଁ କିଛି ପରୀକ୍ଷା ଟିପ୍ସ ଦେଇଛନ୍ତି ୟୁପିଏସସି ଟପର୍ସ।
IAS ସୃଷ୍ଟି ଦେଶମୁଖଙ୍କ କହିବା ଅନୁଯାୟୀ UPSC ପରୀକ୍ଷା ପାଇଁ ଟିପ୍ସ ଦେଇ କହିଥିଲେ ପ୍ରଥମେ ପଚରାଯାଇଥିବା ପ୍ରଶ୍ନର ପ୍ରକାର, ଫର୍ମାଟ୍ ଏବଂ ବର୍ଗକୁ ଅତି ନିକଟରୁ ବିଶ୍ଳେଷଣ କରିବା ଉଚିତ୍ । ପୂର୍ବ ବର୍ଷର ପ୍ରଶ୍ନର ସମାଧାନ ପାଇଁ ପ୍ରତିଦିନ ଅଧ ଘଣ୍ଟା ବାହାର କରନ୍ତୁ ଏହାଦ୍ୱାରା UPSC ଆପଣଙ୍କ ସମ୍ମୁଖରେ କେଉଁ ପ୍ରକାରର ପ୍ରଶ୍ନ ରଖିବ ତାହାର ଏକ ଧାରଣା ହୋଇଯିବ। ବିଶେଷକରି ପ୍ରିଲିମ୍ସ ପାଇଁ ଆପଣଙ୍କୁ ଗତ 7 ବର୍ଷର ପ୍ରଶ୍ନପତ୍ରଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ଉଚିତ୍।

ଗତ ବର୍ଷ ଗୁଡିକରେ ଯେଉଁ ବିଷୟ ଗୁଡ଼ିକର ପ୍ରଶ୍ନ ବାରମ୍ବାର ଆସିଛି ସେଗୁଡିକୁ ଅଲଗା ନୋଟ କରିରଖନ୍ତୁ । କୋଚିଂ ଇନଷ୍ଟିଚ୍ୟୁଟ୍ ଯେତେ ପ୍ରଶ୍ନର ସମାଧାନ କରାଇଲେ ମଧ୍ୟ ଯେ ପର୍ଯ୍ୟନ୍ତ ନିଜେ ଘରେ ବସି ପ୍ରଶ୍ନପତ୍ର ସମାଧାନ ନକରିଛନ୍ତି ସେପର୍ଯ୍ୟନ୍ତ ଆପଣଙ୍କର ପ୍ରସ୍ତୁତି ସମ୍ପୂର୍ଣ୍ଣ ହେବନାହିଁ। ଏପରି ପ୍ରସ୍ତୁତି କରି 2018 ୟୁପିଏସସି ପରୀକ୍ଷାରେ ଅଲ ଇଣ୍ଡିଆରେ 5 ମ ସ୍ଥାନ ପାଇଥିଲେ ବୋଲି ସେ କହିଛନ୍ତି।

ତେବେ ଚଳିତ ବର୍ଷ UPSC ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 16 ଜୁନରେ ଅନୁଷ୍ଠିତ ହେବାକୁ ଯାଉଛି। 

ଅଧିକ ପଢନ୍ତୁ ଭାରତ ଖବର

Post a Comment (0)
Previous Post Next Post