ଫିଟୁଛି ବବିଙ୍କ ଗୁମର: କୁସୁମା ପୋଖରୀରେ ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଉଠିଲା ପ୍ରଶ୍ନ?



 ଅର୍ଗସ ବ୍ୟୁରୋ: ବିଜେଡି ସଂଗଠନ ସମ୍ପାଦକ ତଥା ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। କୁସୁମାପୋଖରୀରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଉଠିଛି ପ୍ରଶ୍ନ। ଏଥିପାଇଁ କିଏ ଅନୁମତି ଦେଇଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି ତାକୁ ନେଇ ବଢିଛି ସନ୍ଦେହ।  

ଯାଜପୁର ଟାଉନ ମଧ୍ୟରେ ଯାଜପୁର ପୌରପାଳିକା ଦ୍ଵାରା ନିର୍ମିତ କୁସୁମା ପୋଖରୀ ସହ ପାର୍କ ୨୦୧୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। କିନ୍ତୁ ପରେ କୁସୁମାପୋଖରୀ ମଧ୍ୟରେ ଏହି ଆଲିସାନ ବଙ୍ଗଳା କିଏ ଆଉ କେତେ ଟଙ୍କା ବିନିଯୋଗରେ ନିର୍ମାଣ କରିଛି ତାକୁ ନେ଼ଇ ଏବେ ସସପେନ୍ସ ବଢ଼ିବାକୁ ଲାଗିଛି। 

କାହାର ବ୍ୟବହାର ଲାଗୁଥିଲା ଏହି ବିଳାସପୂର୍ଣ୍ଣ ବଙ୍ଗଳା । ଯାଜପୁର ପୌରପାଳିକାର ଅଧୀନରେ  ଥିବା ଏହି କୁସୁମା ପରିସରକୁ ଯିବା ପାଇଁ ଦେବାକୁ ପଡେ ୩୦ ଟଙ୍କା। କିନ୍ତୁ ବଙ୍ଗଳାକୁ ଯିବାକୁ କାହାକୁ ଅନୁମତି ମିଳୁ ନ ଥିଲା । ଏହି ବଙ୍ଗଳା ଜନମଙ୍ଗଳ ପାଇଁ ହୋଇଥିଲା ନା ଜନବିରୋଧୀ ।  କିଛଦିନ ପୂର୍ବରୁ ବବିଙ୍କ ସରକାରୀ କ୍ବାର୍ଟରରେ ଆଲିସାନ୍ ବଙ୍ଗଳାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post