ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ



 ଅର୍ଗସ ବ୍ୟୁରୋ:  ଆଜି  ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ।  ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ  । ଶ୍ରୀମନ୍ଦିରର ସିଂହଦ୍ବାର  ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷାରେ ତିନି ଠାକୁରଙ୍କର ।   ଭକ୍ତଙ୍କ ଲାଗିଲାଣି ଗହଳି.. ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ ଶହ ଭକ୍ତ।  ବଡଦାଣ୍ଡ ହେଲାଣି ଲୋକାରନ୍ୟ।  ବର୍ଷକରେ ଥରେ  ଶ୍ରୀମନ୍ଦିରରୁ ବାହାରି  ଜାଗା ଦର୍ଶନ ଦେଇଥାଏ ଭାଇ ଭଉଣୀ ସହ। ବ୍ରହ୍ମାଣ୍ଡ ଠାକୁରଙ୍କ ଆସିବା ବାଟକୁ ଅନେଇ ରହିଛି ଭକ୍ତ। ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ।  ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।

 ଭିଜିବ ଭକ୍ତର ଆଖି  ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ  ଉଠିବ ପଡିବ।

ଅଧିକ ପଢ଼ନ୍ତୁ: ବଡଦାଣ୍ଡକୁ ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ... 

Post a Comment (0)
Previous Post Next Post