ବାଣୀବିହାର ଓଭରବ୍ରିଜରେ ଦୁର୍ଘଟଣା : ଜଣେ ମୃତ


 

ଅର୍ଗସ ବ୍ୟୁରୋ: ବାଣୀବିହାର ଓଭର ବ୍ରିଜରେ ଦୁର୍ଘଟଣା ।  ବାଇକକୁ ଧକ୍କା ଦେଲା ବସ୍ । କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିଜୟା ବସ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳୁଛି । 

ଦୁର୍ଘଟଣାରେ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତକ ଜଣକ ଜଣେ ରାଜମିସ୍ତ୍ରୀ ବୋଲି ଜଣା ପଡୁଛି କିନ୍ତୁ ତାଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ । ତେବେ ଘଟଣାସ୍ଥଳରୁ ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି ଶହୀଦ ନଗର ଥାନା ପୋଲିସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post