ପୁରୀରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବଡ଼ ଯୋଜନା



 ପୁରୀ:  ପୁରୀରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବଡ଼ ଯୋଜନା । ବାଲୁଖଣ୍ଡରେ ଆରମ୍ଭ ହେବ ଜଙ୍ଗଲ ସଫାରୀ । ଅକ୍ଟୋବର ସୁଦ୍ଧା ଜଙ୍ଗଲ ସଫାରୀ ଆରମ୍ଭ ହେବା ନେଇ ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ । ଏଥିପାଇଁ ବାଲୁଖଣ୍ଡ ଜଙ୍ଗଲରେ ନନ୍ଦନକାନନରୁ 10 ଟି ଓ ଗଞ୍ଜାମ ବେତନଟୀରୁ 8 ଟି କୃଷ୍ଣସାର ମୃଗ ଛଡ଼ାଯିବ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। 

ରାସ୍ତା ଉପରେ ବୁଲୁଛି କୁମ୍ଭୀର, ଭାଇରାଲ ହେଲା ଭିଡିଓ

ସେହିପରି  ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ । ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ । ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ଆସିବେ । ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଆସିବେ ମହାବଳ ବାଘ । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

Post a Comment (0)
Previous Post Next Post