ଅର୍ଗସ ବ୍ୟୁରୋ : ଆଇଫୋନ ଶୈଳୀରେ ବିବାହ ନିମନ୍ତ୍ରଣ ପତ୍ର । ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରିଛି । ଆଜିକାଲି ନିଜର ବାହାଘର ପାଇଁ ସମସ୍ତେ ବିଭିନ୍ନ ଶୈଳୀର ନିଜର ବାହାଘର କାର୍ଡ , ନିଜର ପ୍ରି ୱେଡିଂ ସୁଟ୍ କରୁଛନ୍ତି । ସୋସିଆଲ ମିଡିଆରେ କପଲଙ୍କ ବିବାହକୁ ନେଇ ଅନେକ ନୂଆ ନୂଆ ଜିନିଷ ଦେଖିବାକୁ ମିଳିଥାଏ । ସେହିପରି ବିଶାଖାପାଟନମର ଏକ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିବାହ କାର୍ଡକୁ ଆଇଫୋନ ଶୈଳୀରେ ତିଆରି କରାଯାଇଛି । ଲକ୍ଷ୍ମଣ ୱେଡିଂ କାର୍ଡ ଏହି କାର୍ଡକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ଅଧିକ ପଢନ୍ତୁ : ବାପା-ମା କରାଇଲେ ପିଲାଙ୍କର 'ଭୂତ ବିବାହ'
ଏହି ୱେଡିଂ କାର୍ଡର ଉପର ପାର୍ଶ୍ବରେ ୱାଲପେପର ଭଳି କପଲଙ୍କ ଫଟୋ ରହିଛି । ସେହିପରି ଦ୍ବିତୀୟ ପାର୍ଶ୍ବରେ ବିବାହର ମଣ୍ଡପ, ସ୍ଥାନ, ସମୟ ସବୁକୁ ମଜାଳିଆ ଢଙ୍ଗରେ ରଖାଯାଇଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୫ ମିଲିଅନ ଲୋକ ଦେଖି ସାରିଛନ୍ତି । ଏହି ଭିଡିଓକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଆଇଡିଆଟା ଖୁବ ଭଲ ହୋଇଛି । ସେହିପରି ଆଉ ଜଣେ ଲେଖିଛନ୍ତି , ଖୁବ ମହଙ୍ଗା ୱେଡିଂ କାର୍ଡ । ତେବେ ପୂର୍ବରୁ ମଧ୍ୟ ଏହି କମ୍ପାନୀ ଖବରକାଗଜ ଶୈଳୀରେ, ପାସପୋର୍ଟ ଶୈଳୀରେ ୱେଡିଂ କାର୍ଡ ତିଆରି କରିଥିଲେ । ଯାହା ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା ।