ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ



 ଅର୍ଗସ ବ୍ୟୁରୋ:  ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ବତନ୍ତ୍ର ବିମାନ ଯୋଗେ ଆସି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ କରିବେ ଅବତରଣ । ଏହାପରେ ଜୟଦେବ ଭବନରେ ସମ୍ବାଦ ପକ୍ଷରୁ ଆୟୋଜିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 96ତମ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ୍ ହେବେ। କାର୍ଯ୍ୟକ୍ରମ ପରେ ରାଜଭବନ ଯାଇ ରାତ୍ରୀଯାପନ କରିବେ ମହାମହିମ। ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post