କାଲି ଖୋଲିବ ରତ୍ନଭଣ୍ଡାର, ସ୍ପଷ୍ଟ କଲେ ଆଇନମନ୍ତ୍ରୀ

 ଭୁବନେଶ୍ୱର:  ଆସନ୍ତାକାଲି ହିଁ ଖୋଲାଯିବ ରତ୍ନ ଭଣ୍ଡାର। ସ୍ପଷ୍ଟ କରିଛନ୍ତି  ଆଇନ ମନ୍ତ୍ରୀ ।  ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରହିଛି, ପ୍ରତିଟି ଦିଗକୁ ଗୁରୁତ୍ୱର ସହ ନିଆଯାଇଛି। ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭଳି ଏହାକୁ ଗୁରୁତ୍ୱ ଦିଆଯାଇଛି। ଅଳଙ୍କାର ସ୍ଵଛ ଭାବେ ଗଣାଯିବ । ହାଇ ପାଓ୍ୱାର କମିଟି ବସିଥିଲା  ଏବଂ ନିଷ୍ପତ୍ତି ହେଲା ଆସନ୍ତାକାଲି ରତ୍ନ ଭଣ୍ଡାର ଖୋଲିବ ଏବଂ ପର୍ଯ୍ୟାୟ କ୍ରମେ ଗଣତି ଜାରି ରହିବ।  ଅତ୍ୟନ୍ତ ସ୍ଵଛ  ରଖିବା ପାଇଁ RBI ର ସହାୟତା ନିଆଯିବ।  ସେମାନେ ସେଠି ରହିବେ, ମ୍ୟାନେଜିଂ ଟିମ ରହିବେ।

ଏଥିସହିତ ମନ୍ଦିର ମୁଖ୍ୟ ଅଧିକାରୀ ରହିବେ ମଧ୍ୟ ଉପସ୍ଥିତ ରହିବେ। ପ୍ରଭୁଙ୍କ ପ୍ରତିଟି ଅଳଙ୍କାର ସଂଖ୍ୟା, ଗୁଣାତ୍ମକ ମାନ, ଡିଜିଟାଲ ଲାଇବ୍ରେରୀ କରାଯିବ। ଆଗାମୀ ଦିନରେ ରେଫ୍ରାନ୍ସ ଡକ୍ୟୁମେଣ୍ଟ ପାଇଁ ଏହି ଭିଡିଓ ଗ୍ରାଫି ଆଗାମୀ ଦିନରେ ସହାୟକ ହେବ। SOP ର ସ୍ପଷ୍ଟ ଚିତ୍ର ମନ୍ଦିର ପ୍ରଶାସନକୁ ଦିଆଯାଇଛି।  ରତ୍ନଭଣ୍ଡାର ଭିତରକୁ ବିଶେଷଜ୍ଞ ଟିମ ଯିବ ଏବଂ   ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଟିମ ହୋଇଛି। ASI ପ୍ରତିନିଧି ରହିବେ  ଏବଂ ମନ୍ଦିର ଭଣ୍ଡାର ସହ ଲିଙ୍କ ଥିବା ଲୋକେ ମଧ୍ୟ ରହିବେ। ଚାବି ଯେଉଁଟା ଅଛି ସେହି ଚାବି ରେ ଖୋଲା ଯିବ। ଯଦି ସେହି ଚାବିରେ ନ ଖୋଲିବ ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗା ଯିବ।

 ୨୪ ବର୍ଷ ସରକାର ଏ ଭଣ୍ଡାର ଖୋଲିନଥିଲେ। ଏହି ନୂଆ ସରକାର କଥା ରଖି କଥା ରଖୁଛନ୍ତି। ଗତ ଥର ୭୨ ଦିନ ଲାଗିଥିଲା। କିନ୍ତୁ ଏଥର ଆମେ ଶୀଘ୍ର ପାଇଁ ଚେଷ୍ଟା କରିବ॥ ଗତ ସରକାର ବିଭିନ୍ନ କମିଶନକୁ ଲୁଚାଇ ରଖିଥିଲେ, କିନ୍ତୁ ଆମେ ସବୁ ରିପୋର୍ଟ ପବ୍ଲିକ କରିବୁ। ପ୍ରତିଦିନ ରତ୍ନ ଭଣ୍ଡାର ସମ୍ପର୍କରେ ଯାହା ଖବର ସାର୍ଵଜନୀନ୍ ହେବା କଥା ତାହା ଜଣାଯିବ । ASI ପ୍ରତିନିଧି କାଲି ସେଇଠି ରହିବେ ଯଦି ମରାମତି ପାଇଁ ସେମାନେ ଯାଞ୍ଚ କରି କହିବେ ତେବେ ଆମେ ସେ ପ୍ରତି ଧ୍ୟାନ ଦେବୁ ଗତ ସରକାର ଅନେକ ଭୁଲ ଭାଲ କାମ କରିଥିଲେ, ଆମେ ସେ ବିଷୟରେ ଗୁରୁତ୍ୱ ଦେଉ ନାହୁଁ। ଆମେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାମ କରିବୁ । ସାପ ବାହାରିବା ଏକ  ଅନ୍ଧ ବିଶ୍ୱାସ  ବୋଲି କହିଛନ୍ତି ଆଇନମନ୍ତ୍ରୀ.. 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post