ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା, ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର

Manoj Soni's resignation from the post of Chairman, resignation letter sent by the President

ଅର୍ଗସ ବ୍ୟୁରୋ:  ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା । UPSC ଚେୟାରମ୍ୟାନ୍ ମନୋଜ ସୋନିଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା। କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫାପତ୍ର । ମାସେ ପୂର୍ବରୁ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଶ୍ରୀ ସୋନୀ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନୀ । ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ଶ୍ରୀ ସୋନୀ ୟୁପିଏସସି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି । ୨୦୨୯ ମସିହାରେ ଶ୍ରୀ ସୋନୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଥିଲା । ମାତ୍ର ତା’ ପୂର୍ବରୁ ସେ ପଦରୁ ରିଜାଇନ୍ କରିଛନ୍ତି । ତେବେ ଶ୍ରୀ ସୋନୀ କ’ଣ ପାଇଁ ପଦ ଛାଡ଼ିଲେ ତା’ର କାରଣ ଏବେ ଅସ୍ପଷ୍ଟ ରହିଛି । ୨୦୧୭ରେ ସେ ୟୁପିଏସସିର ସଦସ୍ୟ ଭାବେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Post a Comment (0)
Previous Post Next Post